
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ :୨୯/୧ ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ଲକ୍ଷଣପଲ୍ଲୀ ସାହିର ଜଣେ ଯୁବକ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି l ଯୁବକ ଜଣକ ହେଉଛନ୍ତି ସାହିର କାଁହୁ ଚରଣ ପ୍ରଧାନ (୨୨) l ଖବର ପାଇ ଗଛରୁ ଶବକୁ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ସହାୟତାରେ ବରଗଛରୁ ଉଦ୍ଧାର କରାଯଇଥିଲା l ମୃତ କାଁହୁ ବାହା ହୋଇଥିଲେ ମଧ୍ୟ ଶବକୁ ଜ୍ଞ୍ୟାତିକୁଟୁମ୍ବ ଛୁଇଁ ନ ଥିଲେ l ଟ୍ରଷ୍ଟ ସଦସ୍ୟମାନେ ଶବ ସକ୍ତାର କରିଛନ୍ତି l
ସୂଚନା ପ୍ରକାରେ ଛାମୁଣ୍ଡା ଗ୍ରାମ ଲକ୍ଷଣ ପଲ୍ଲୀ ସାହିର ସ୍ବର୍ଗତ ଜୟ ନାୟକଙ୍କ ଝିଅ ଧୋବଣୀ ନାୟକଙ୍କ ଔରସରୁ ଜନ୍ମ କାଁହୁ l ଧୋବଣୀ ଅବିବାହିତ ବେଳେ ଗ୍ରାମର ଜଣେ ଯୁବକଙ୍କ ସହିତ ପ୍ରେମରେ ପଡି ଗର୍ଭବତୀ ହୋଇଥିଲେ l କୁଳ ସମାଜ ସମାଧାନ ପରେ ଉଭୟଙ୍କ ରୀତିନୀତି ଅନୁଯାଇ ବିବାହ ହୋଇଥିଲା l ବିବାହର କିଛି ଦିନ ପରେ କାଁହୁ ଜନ୍ମ ହୋଇଥିଲା l ଏହାର କିଛି ଦିନ ପରେ ଅଚାନକ ଧୋବଣୀ ୭ମାସର କାହ୍ନୁକୁ ଛାଡି କେଉଁଆଡେ ଚାଲିଯାଇଥିଲେ l ସେହିଦିନ ଠାରୁ କାଁହୁର ରକ୍ଷଣା ବେକ୍ଷଣ ଅଜା ଜୟ ଦାୟିତ୍ୱ ନେଇଥିଲେ l ଅଜାଙ୍କ ମୃତ୍ୟୁ ପରେ କାଁହୁର ମାମୁଁ ଧୋବା ନାୟକଙ୍କ ପାଖରେ ରହିଥିଲା l ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିବା ମୃତକ କାଁହୁର ସାଙ୍ଗସାଥି ସୂଚନା ଦେଇଥିବା ସହ ସେ ଏକ ବର୍ଷ ହେବ ଅନ୍ୟ ଜାତିର ଏକ ଝିଅ ସହିତ ପ୍ରେମ ବିବାହ କରି ଗେରେଡା ଗ୍ରାମ ନିକଟ ମାଣପୁରରେ ଉଭୟ ସ୍ଵାମି ସ୍ତ୍ରୀ ରହୁଥିଲେ l ଗତକାଲି ଗ୍ରାମକୁ ଆସି କାଁହୁ ୫ହଜାର ଟଙ୍କା ନିଜ ମାମୁଁ ଧୋବାକୁ ମାଗିଥିଲେ l ଧୋବା ଗାଈ ଚରାଇ ପରିବାର ପୋଷୁ ଥିବାରୁ ଟଙ୍କା ନ ଥିବା କହିଥିଲେ l ଅପରାହ୍ନ ସମୟରେ ଗ୍ରାମ ନିକଟ ଶିମିଳି ଝୋଳା କାଜୁ ତୋଟା ବରଗଛରେ ଝୁଲୁଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ l କେସ ନମ୍ବର ୪/୨୬ପ୍ରକାରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ମଧ୍ୟ ଶବ ସକ୍ତାର ପାଇଁ ସହଯୋଗ ମିଳିନଥିଲା l ଖବର ପାଇ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ପହଂଚି ଶବ ସକ୍ତାର କରିଛନ୍ତି l
