
ଭଞ୍ଜନଗର ୦୨/୦୨ ଜନତା ଖବର ଟିଭି ବ୍ୟୁରୋ କନ୍ଧମାଳ ଜିଲ୍ଲା କେ. ନୁଆଗାଁ ଥାନା ଇଲାକାରୁ ଜିଲ୍ଲା ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର ପୁଲିସ ଡ଼ହ ରାସ୍ତା ନନ୍ଦିନୀପଲ୍ଲୀ ଛକରୁ ୨୬ କେଜି ୨୮୦ ଗ୍ରାମ ଗଞ୍ଜେଇ ସହ ୧୮୨୦ ଟଙ୍କା ଓ ଏକ ସ୍କୁଟିକୁ ଜବତ କରିଛି। ଏହା ସହ ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସିର୍ତିଗୁଡା ର ନର୍ମଦା ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।ସୁଚନାନୁସାରେ,ରବିବାର କନ୍ଧମାଳରୁ ଜିଲ୍ଲା ବାହାର କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଡ଼ହ ରାସ୍ତା ନନ୍ଦିନୀପଲ୍ଲୀ ଛକ ନିକଟରେ ଏକ ଟିଭିଏସ ଜୁପିଟର୍ ସ୍କୁଟି(ଓଡି ୧୨ ଜି ୨୮୮୬)ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ପରେ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଜରି ବ୍ୟାଗରେ ଥିବା ଗଞ୍ଜେଇ ସହ ଉକ୍ତ ସ୍କୁଟିଟିକୁ ମଧ୍ୟ ଜବତ କରିଥିଲା। ଏହି ଘଟଣାରେ ଭଞ୍ଜନଗର ପୁଲିସ କେସ୍ ନଂ ୯୬ /୨୬ ରେ ଏକ ମାମଲା ରୁଜୁ କରି ଉକ୍ତ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
