ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ତରଫରୁ ସହାୟତା ପ୍ରଦାନ।

ବେଲଗୁଣ୍ଠା ନାରାୟଣ ପଣ୍ଡା ୧୬/୦୪, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଛି l ଅଗ୍ନି କାଣ୍ଡରେ ସର୍ବସ୍ୱାନ୍ତ ହୋଇପଡିଥିବା ତିନି ଭାଇ ହେଲେ ଟିକରପଡା ଗ୍ରାମର ମିଛା ନାୟକ, ଅନନ୍ତ ନାୟକ ଓ ଅଚ୍ୟୁତ ନାୟକ I ଅଗ୍ନି କାଣ୍ଡର ଖବର ପାଇ ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଛନ୍ତି I ବିଧାୟକ ପ୍ରତିନିଧି ଶ୍ରୀ ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଦରି ପାଲ, ଚାଉଳ, ପରିବା ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିବା ସହିତ ଆବାସ ପ୍ଲସ୍ ଯୋଜନାରେ ସମସ୍ତ ଅଗ୍ନି ବିପନ୍ନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃ୍ତି ଦେଇଛନ୍ତି I ଆଜି ବିଧାୟକ ପ୍ରତିନିଧି ଶ୍ରୀ ନାୟକଙ୍କ ସହିତ ମଣ୍ଡଳ ଯୁବ ସଭାପତି ମନ୍ମୟ ଖଟେଇ,ଜିଲ୍ଲା କାଯ୍ୟକାରିଣୀ ସଦଶ୍ୟ କୃଷ୍ଣଚନ୍ଦ୍ର ସାହୁ,ଯୁବ ସଂଗଠକ ଶିଶିର ନାୟକ,ସରପଞ୍ଚ ପ୍ରତିନିଧି ଖଦାଳ ବେହେରା, ବୁଥ୍ ସଭାପତି ଟି.ନାରାୟଣ ପାତ୍ରଙ୍କ ସମେତ ଗ୍ରାମର ବହୁ ଯୁବକ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *