ସାତପଡ଼ା ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ଉତ୍ତେଜନା ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁ ମୁହିଁ !

ବ୍ରହ୍ମଗିରି ପିକୁନ ଜେନା ୧୬/୦୪ ସାତପଡ଼ା ଜହ୍ନିକୁଦାକୁ ଚଳାଚଳ କରୁଥିବା ଘାଟ ଡଙ୍ଗାରେ ଅହେତୁକ ଭଡ଼ା ବୃଦ୍ଧିକୁ ନେଇ ଆଜି ଚରମ ଅସନ୍ତୋଷ ଦେଖାଦେଇଛି। ଧାର୍ଯ୍ୟ ଶୁଳ୍କଠାରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରି ଯାତ୍ରୀ ଏବଂ ଡଙ୍ଗା ମାଲିକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି
ସାଧାରଣ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡଙ୍ଗା ମାଲିକମାନେ ନିୟମ ବାହାରେ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି ଭଡ଼ାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା। ପବ୍ଲିକ ଓ ଡଙ୍ଗା କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା
ଏହି ବିବାଦ ଯୋଗୁଁ କିଛି ସମୟ ପାଇଁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି, ଯାହାଦ୍ୱାରା ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟ ଜନସାଧାରଣଙ୍କ କହିବା କଥା ଯେ, ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଭଡ଼ା ତାଲିକା ସାର୍ବଜନୀନ କରାଯାଉ ଏବଂ ବେଆଇନ ଭାବେ ଅଧିକ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

Leave a Reply

Your email address will not be published. Required fields are marked *