ବୁଗୁଡ଼ା ସହରରୁ ବିପୁଳ ପରିମାଣରନିକୋଟିନ୍ ଓ ତମାଖୁ ସାମଗ୍ରୀ ଜବତ।

ବୁଗୁଡ଼ା,୩୧/୦୫ (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଦିନ ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ନିକୋଟିନ୍ ଏବଂ ତମାଖୁ ମିଶ୍ରିତ ଦ୍ରବ୍ୟ ଜବତ କରାଯାଇଛି। ବୁଗୁଡ଼ା ତହସିଲଦାର ଶ୍ରୀ ରାଉତ, ବୁଗୁଡ଼ା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ବୁଗୁଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ଦ୍ୱାରା ମିଳିତ ଚଢଉ କରାଯାଇ ସହରର ୫ଟି ପ୍ରମୁଖ ଦୋକାନରୁ ବେଆଇନ ଭାବେ ବିକ୍ରୟ କରୁଥିବା ପ୍ରାୟ ୧୯ ବ୍ୟାଗ୍ ଟୋବାକୋ ଓ ନିକୋଟିନ୍ ମିଶ୍ରିତ ଗୁଟଖା, ତମାଖୁ ସାମଗ୍ରୀ ଜବତ କରାଯାଇଛି, ଯାହାର ସମୁଦାୟ ଓଜନ ୧୧୬.୨୨୦ କିଲୋଗ୍ରାମ ବୋଲି ଜଣାପଡିଛି। ଜବତ କରାଯାଇଥିବା ସମସ୍ତ ସାମଗ୍ରୀକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଗୁଡ଼ା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *