ଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର ।

ଯାଜପୁର : ୨୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଷଠିପୁରଠାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ହେଉଛି ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର । ପ୍ରଥମ ପ୍ରଶିକ୍ଷଣ ଶିବିର ପଶ୍ଚିମ ଓଡିଶା ର ୧୧ ଟି ଜିଲ୍ଲା କୁ ନେଇ ହୋଇ ଥିବା ବେଳେ ଆଜିର ପ୍ରଶିକ୍ଷମ ଶିବିର ମଧ୍ୟ ୧୧ ଜିଲ୍ଲା ଯଥା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳ କୁ ନେଇ ହୋଇଥିଲା ।
ମହାସଂଘର ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।
ପ୍ରଶିକ୍ଷକ ଅରବିନ୍ଦ ଦାସ ଏବଂ ନନ୍ଦିଘୋଷ ସାଟେଲାଇଟ୍ ଚ୍ୟାନେଲର ଯଯାତି କେଶରୀ ମହାନ୍ତି ଯୋଗଦେଇ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟପ୍ରଣାଳୀ, ଡିଜିଟାଲ ମିଡିଆର ବିକାଶ ଓ ସାମ୍ବାଦିକତା କ୍ଷେତ୍ରରେ ଏହାର ବଢ଼ୁଥିବା ଭୂମିକା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ।
ଶିବିରର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ଡିଜିଟାଲ ମାଧ୍ୟମରେ ଦ୍ରୁତ ଗତିରେ ସମ୍ବାଦ ପରିବେଷଣ ସହ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ, ତଥ୍ୟର ସତ୍ୟତା ଯାଞ୍ଚ ଏବଂ ନିର୍ଭରଯୋଗ୍ୟ ଖବର ପ୍ରସାରଣ ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।
ରାଜ୍ୟର ୧୩ଟି ଜିଲ୍ଲାରୁ ଯୋଗଦେଇଥିବା ସାମ୍ବାଦିକମାନେ ଶିବିରରେ ଅଂଶଗ୍ରହଣ କରି ଡିଜିଟାଲ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅଂଶଗ୍ରହଣକାରୀ ସାମ୍ବାଦିକମାନଙ୍କ ପାଇଁ ପ୍ରାତଃ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ମହାସଂଘର ସମ୍ପାଦକ କବିରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ସହ ଗୁଣାତ୍ମକ ଓ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତା ପାଇଁ ଏହି ଶିବିର ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
ପ୍ରଶିକ୍ଷଣ ଶିବିର ରେ ଭାଗ ନେଇ ଥିବା ସମସ୍ତ ଙ୍କୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

Leave a Reply

Your email address will not be published. Required fields are marked *