ନିଶାମୁକ୍ତ ଓଡିଶା ଗଠନ ଓସାଇବର ଠକେଇ ରୋକିବା ପାଇଁ ଭଞ୍ଜନଗର ପୋଲିସର ସଚେତନତା ।

ଭଞ୍ଜନଗର ୨୯/୦୮ ଅମରେନ୍ଦ୍ର ପଟ୍ଟନାୟକ ବରିଷ୍ଠ ନାଗିରକ ମାନଙ୍କୁ ସାଇବର ଠକମାନେ ଯେଉଁଭଳି ଟାର୍ଗେଟ କରି ଡିଜିଟାଲ ଆରେଷ୍ଟର ଭୟ ଦେଖାଉଥିବାରୁ ଆଜି ଭଞ୍ଜନଗର ପୁଲିସ ପକ୍ଷରୁ ଡିଜିଟାଲ ଆରେଷ୍ଟ ଓ ସାଇବର ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଏଭଳି ଫ୍ରଡ କଲ ଆସିଲେ ଭୟଭୀତ ନହୋଇ ଆଇନଗତ ସତତ୍ୟା ଜାଣିବା,ଅଜଣା ଲୋକଙ୍କୁ ଟଙ୍କା ନେଣଦେଣ ନକରିବା,ତୁରନ୍ତ ପୁଲିସକୁ ସୂଚନା ଦେବା,କଲ ସଂଯୋଗ ବିଚ୍ଛିନ୍ନ କରି କିଭଳି ଅଭିଯୋଗ କରିପାରିବେ ସେ ସଂପର୍କରେ ସଚେତନ କରାଇଥିଲେ। ଏଥିସହ ବର୍ତ୍ତମାନ ନିଶା ସେବନ ଦୂରା ସମାଜ କିଭଳି ପଥଭ୍ରଷ୍ଟ ହେଉଛି ସେ ସଂର୍ପକରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଓଡିଶା ପୁଲିସ ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ଚାଲିଥିବା ବେଳେ ନିଶାର କୁପରିଣାମ ଓ ନିଶା ଠାରୁ କିଭଳି ଦୂରେଇ ରହିବେ ଓ ଏଥି ନିମନ୍ତେ ରହିଥିବା ଆଇନ ସଂପର୍କରେ ଅବଗତ କରାଇଥିଲେ। ଏଥିରେ ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ,ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ସାଇବର ଏକ୍ସପର୍ଟ ଦିବାକର ପ୍ରସାଦ ଦାଶ,ଅବସରସେନା କର୍ମଚାରୀ ସଂଘ ସଭାପତି କ୍ୟପଟେନ ମହେନ୍ଦ୍ର ସ୍ବାଇଁ,ପରିବେଶବିତ ଅନୁପମ ବାନାର୍ଜି,ଶୂଳପାଣି ଶତପଥୀ,କୃତ୍ତିବାସ ବିଶ୍ବାଳ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ଏଥିସହ ପୁଲିସ ପକ୍ଷରୁ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଓ କେଏସ୍‌ୟୁବି କଲେଜରେ ନିଶାମୁକ୍ତ ଓଡ଼ିଶା ଅଭିଯାନରେ ସଚେତନତା ସହ ନିଶା ଠାରୁ ଦୂରେଇ ରହିବା ନିମନ୍ତେ ସଚେତନ କରାଯାଇଥିଲା। ଏଥିରେ ଏସ୍‌ଆଇ ସମୀର କୁମାର ସେଠୀ‌,ଜ୍ୟୋତ୍ସାମୟୀ ସାହୁ,ଲକ୍ଷ୍ମୀଧର ମହାନ୍ତି,ଏଏସ୍‌ଆଇ ସତ୍ୟ ନାରାୟଣ ମଲ୍ଲିକ,ବିଦେଶୀ ବେହେରା,ଶରତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *