
ସୋରଡ଼ା ୧୪/୨୬(ମନୋରଞ୍ଜନ ଅଧିକାରୀ) ତା ୧.୩.୨୦୨୬ ତାରିଖ ଭୁବନେଶ୍ଵର ବୁଦ୍ଧ ମନ୍ଦିର ଅଡ଼ିଟେରିୟମ୍ ହଲ୍ ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ଵର ଏବଂ ଓଡ଼ିଶା ସାହିତ୍ୟ ସଂଗଠନ ଭୁବନେଶ୍ଵର ତରଫରୁ ୧୦ମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ୨୦୨୬ ପାଳନ କରାଯାଇଥିଲା ଉକ୍ତ ଉତ୍ସବ ରେ ଶ୍ରୀ ସରୋଜ କୃଷ୍ଣ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ହୋଇ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଉପରେ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜର ସ୍ଵରଚ଼ିତ କବିତା ପାଠ କରିଥିଲେ । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡ଼ଃ ପ୍ରତିଭା ମହାରଥୀ, ଡ଼ଃ ଲଡୁ କିଶୋର ସାହୁ, ଡ଼ଃ ଅନ୍ନଦା ତ୍ରୀପାଠୀ, କବି ଶ୍ରୀ ସରୋଜ କୃଷ୍ଣ ଷଡ଼ଙ୍ଗୀଙ୍କୁ “ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ” ସମ୍ମାନରେ ସମ୍ମାନୀତ କରିଥିଲେ । ଶ୍ରୀ ଷଡ଼ଙ୍ଗୀ ଆମ ସୋରଡ଼ାର ଜଣେ ଜଣାଶୁଣା ଶିକ୍ଷକ ଓ କବି । ସେ ସଲିଳ ଭଣ୍ଡାର, ରଘୁବୀର ବିଳାସ, ଋତୁଚକ୍ର, ଭକ୍ତର ଭକ୍ତି, ବ୍ରଜବିଧୁ ଚଉଚ଼ିଶା ଏପରି ଅନେକ ବହି ଲେଖି ଆମ ଓଡ଼ିଆ ଅସ୍ମିତାର ଗୌରବ ରକ୍ଷା କରିଛନ୍ତି। ପ୍ରକାଶ ଥାଉକି ଉତ୍କଳ ବୀଣାପାଣି ରୌପ୍ୟ ସମ୍ମାନ ଉତ୍କଳ ବାଗଦେବୀ ରୌପ୍ୟ ରତ୍ନ ସମ୍ମାନ, ଜାତୀୟ ଗଙ୍ଗାଧର କାବ୍ୟ ରୌପ୍ୟ ରତ୍ନ ସମ୍ମାନ ମଧ୍ୟ ଏଥି ପୂର୍ବରୁ ବିଭିନ୍ନ ଅନୁଷ୍ଠାନରୁ ପାଇଛନ୍ତି। ଏହା ଆମ ସୋରଡ଼ା ମାଟିର ଗୌରବ ।
