ବେଲଗୁଣ୍ଠା ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ।

ବେଲଗୁଣ୍ଠା ନାରାୟଣ ପଣ୍ଡା ୨୭/୦୧ ବେଲଗୁଣ୍ଠା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ…

ଭଂଜନଗର ପୋଲିସ ପକ୍ଷରୁ ମୋବାଇଲ ଫେରସ୍ତ ମେଳା

ଜନତା ଖବର ଟିଭି ବ୍ୟୁରୋ ୨୫/୦୧ ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ପକ୍ଷରୁ ଆଜି ମୋବାଇଲ ଫେରସ୍ତ ମେଳା ଅନୁଷ୍ଟିତ ହୋଇଯାଇଛି…

ତିନି ବନ୍ଧୁକ, ଅସ୍ତ୍ରଶସ୍ତ୍ର ସାମଗ୍ରୀ ସହ ବନ୍ୟ ଜନ୍ତୁ ଶରୀର ଅଂଶ ଜବତ, ୪ ଗିରଫ ।

ବନାଞ୍ଚଳର ବଡ଼ ସଫଳତା । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ରେଞ୍ଜ ଅଧୀନ ବୁଢାମ୍ବ ଗ୍ରାମର…

ନାହି ପଟ୍ଟା ମିଲିପାରୁନି ଚାଷୀ ଙ୍କୁ ମଣ୍ଡୀରସୁବିଧା ଅନ୍ୟକୁ ଆହାର ଦେଇ ଖୁସିରେ ରଖୁଥିବା ଚାଷୀ ଆଜି ଦୁଃଖରେ ।

ମୁଣ୍ଡ ର ଝାଳ କୁ ତୁଣ୍ଡରେ ମାରି ବର୍ଷ ସାରା ନିଜ  ପରିବାର ସହିତ ଜମିରେ ରେ କଷ୍ଟ ପଡି ଆଦାୟ…

ଜଣେ କିନ୍ନରକୁ ପ୍ରେମ ପ୍ରତାରଣା ପରେ ନ୍ୟାୟ ଦାବିରେ ଥାନାରେ କିନର ସଙ୍ଘ ପକ୍ଷରୁ ହୋହାଲ୍ଲା ଧାରଣା।

ଜନତା ଖବର ଟିଭି ବ୍ୟୁରୋ (୨୦/୦୧) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ରେ କିନ୍ନର ସଂଘର ହୋହାଲ୍ଲା l ଥାନାରେ ଭିତରେ…

ଦିଗପହଣ୍ଡି ତିନି ଜଣ ମହିଳା ଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା ଅପରାଧୀ ଗିରଫ।

ଜନତା ଖବର ଟିଭି ବ୍ୟୁରୋ ୧୯/୦୧ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କାନ୍ଦେଶ୍ୱର ଗ୍ରାମରେ ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ କୁ…

ଅଟୋ ଓଲଟି 22 ଜଣ ଗୁରୁତର ।

ଜନତା ଖବର ଟିଭି ବ୍ୟୁରୋ ୧୯/୦୧ ମୋହନା ଥାନା ଗଞ୍ଜାମ ଗଜପତି ସୀମାନ୍ତ ଯରାଉ ଛେଦନଈ ଗ୍ରାମ ନିକଟ ରେ ଅଟୋ…

ବିଜେଡି କୁ ଟାର୍ଗେଟ କଲେ ଶ୍ରୀମୟୀ ନୌତିକତା ହଜିଛି ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!

ଜନତା ଖବର ଟିଭି (ଭୁବନେଶ୍ୱର)​୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି। କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ…

ହୋମଗାର୍ଡ ନିଯୁକ୍ତି ନେଇ ଭଞ୍ଜନଗରରେ ଶାରିରୀକ ପରୀକ୍ଷା । ଭଞ୍ଜନଗର: ୧୮/୦୧ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ପାଇଁ ହୋମଗାର୍ଡ ନିଯୁକ୍ତି ପରିପ୍ରେକ୍ଷିରେ ଆଶୟୀ ପରୀକ୍ଷାର୍ଥିଙ୍କ ଫିଜିକାଲ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଜେଲ ପଡିଆରେ ହୋମଗାର୍ଡ ପରୀକ୍ଷା ପାଇଁ ଆବେଦନ କରିଥିବା ଭଞ୍ଜନଗର ପୁଲିସ ଉପଖଣ୍ଡ ଅଞ୍ଚଳର ଭଞ୍ଜନଗର,ତାରସିଂ,ବେଲଗୁଣ୍ଠା,ବୁଗୁଡା,ଜଗନ୍ନାଥପ୍ରସାଦ ଓ ଗାଙ୍ଗପୁର ଥାନା ଇଲାକାର ପ୍ରାୟ ୨୦୧ ଜଣ ପରୀକ୍ଷାର୍ଥି ମାନେ ଏଠାରେ ପରୀକ୍ଷା ‌ଦେଇଥିଲେ। ସମୁଦାୟ ୧୬୩ ଜଣ ପାସ ହୋଇଥିବା ବେଳେ ୧୬ ଜଣ ଫେଲ ହୋଇଥିବା ହେଇଛନ୍ତି। ୨୨ ଜଣ ପରୀକ୍ଷା ରେ ଭାଗ ନେଇ ନଥିବା ଜଣାପଡିଛି। ହୋମଗାର୍ଡ ନିଯୁକ୍ତି ନେଇ ଲିଖିତ ପରୀକ୍ଷା ସେପ୍ଟମ୍ବର ମାସରୁ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଏନେଇ ଶରିରୀକ ପରୀକ୍ଷା ଅନଷ୍ଠିତ ହୋଇଛି। ବ୍ଳକ ରୋଡ ଠାରେ ପ୍ରଥମେ ମେଡିକାଲ ଯାଞ୍ଚ ପରେ ଦୌଡ ଅନୁଷ୍ଠିତ ହୋଇଥିଲା। ଏହାପରେ ଜେଲପଡିଆରେ ଉଚ୍ଚତା,ଭାର ଓହଳା,ପୁଷ୍‌ଅପ୍‌ ଭଳି ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୁଲିସ ବିଭାଗ ପକ୍ଷରୁ ପରୀକ୍ଷା ଦେବାକୁ ଆସିଥିବା ଆଶାୟୀଙ୍କ ପାଇଁ ଲେମ୍ଭୁ ,ଗ୍ଳୁକୋଜ ସହ ବ୍ରେଡ ଓ ଫଳ ଦିଆଯାଇଥିଲା। ଅଷ୍ଟମ ସଶସ୍ତ୍ର ବାହିନୀ ଛତ୍ରପୁର ରୁ ଆସିଥିବା ଉପ ଦୁର୍ଗପତି ଯଶୋବନ୍ତ ସେଠି, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା,ବେଲଗୁଣ୍ଠା ଥାନା ଅଧିକାରୀଣୀ ରେବତୀ ଶବର,ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ,ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଜଗନ୍ନାଥ ପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା,ବେଲଗୁଣ୍ଠା ଥାନା ଇନ୍ସ୍ପେକଟର ଅଭୟ କୁମାର ପ୍ରଧାନ,ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି, ଭଞ୍ଜନଗର ଥାନା ଏସ ଆଈ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏଏଆଈ ଶରତ କୁମାର ପଣ୍ଡା,ସୁଶାନ୍ତ କୁମାର ପଟ୍ଟନାୟକ, ସତ୍ୟ ନାରାୟଣ ମଲ୍ଲିକ, ବିଦେଶୀ ବେହେରା, ରୁଦ୍ର ପ୍ରତାପ କହଁର ଓ ସମସ୍ତ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଉତ୍ତର ବନଖଣ୍ଡରେ ପକ୍ଷୀ ଗଣନାଭଞ୍ଜନଗର ୧୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା। ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣରବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ…